ତାଳଚେର (ଏଟିଆର ବ୍ୟୁରୋ); ୧୬ ଦଫା ଦାବିରେ ତାଳଚେର ବନ୍ଦ ଡାକରା ଦେଲା ତାଳଚେର ସୁରକ୍ଷା ମଞ୍ଚ । ଏମସିଏଲ କୋଇଲା ଖଣି ପାଇଁ ତାଳଚେର ଏବଂ କଣିହାଁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତି ପୂରଣ ଦେବା ଉଦ୍ଦେଶ୍ୟରେ ବନ୍ଦ ଡାକରା ଦିଆ ଯାଇଛି । ଦୀର୍ଘ ଦିନ ହେବ କ୍ଷତି ପୂରଣ ପାଇଁ ଦାବି ଜଣାଇ ଆସିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନାହିଁ । ଶେଷରେ ବାଧ୍ୟ ହୋଇ ଏମସିଏଲ ବିରୋଧରେ ଏକତ୍ରିତ ହୋଇ ବନ୍ଦ ଡାକରା ଦେଇଛି ସଂଘ ।
ସେପଟେ ପୁନର୍ବାସ ଏବଂ ଥଇଥାନ ନିତି ୨୦୦୬ କୁ କାର୍ଯ୍ୟ କରୁନାହିଁ ଏମସିଏଲ । ଏଭଳି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ୨୦୦୬ ନିତି ଅନୁସାରେ ଥଇଥାନ ହୋଇଥିବା ଲୋକମାନଙ୍କୁ କୌଣସି ସୁବିଧା ଦେଉନାହିଁ ଏମସିଏଲ । ଏଭଳି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଏହି ବନ୍ଦ ପାଇଁ କୋଇଲା ପରିବହନ ଉତ୍ପାଦନ, ଦୋକାନ ବଜାର ବନ୍ଦ ରହିଛି । ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚର କାର୍ୟ୍ୟକର୍ତ୍ତା ପ୍ରକାଶ କରିଛନ୍ତି ।