ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ବର୍ଷ ଗାନ୍ଧୀ ଜୟନ୍ତି ଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା ସହରାଞ୍ଚାଲରେ ପ୍ଲାଷ୍ଟିକକୁ ବନ୍ଦ କରାଯାଇଛି । ଏହା ଦ୍ୱାରା ଭୁବନେଶ୍ୱର, କଟକ, ପୁରୀ, ରାଉରକୋଲା, ସମ୍ବଲପୁର, ବ୍ରହ୍ମପୁରରେ ପ୍ଲାଷ୍ଟିକ ବ୍ୟବହାରକୁ ପୁରାପୁରି ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆଉ ଏକ ପଦକ୍ଷପ ନେଇଛନ୍ତି ।
ଗତ କାଲି ମୁଖ୍ୟ ଶାସନ ସଚିବ ଅସିତ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ସମସ୍ତ ଗ୍ରାମାଞ୍ଚଳରେ ୨୦୨୦ ଗାନ୍ଧୀ ଜୟନ୍ତୀ ସୁଦ୍ଧା ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତି ନିଆଯାଇଛି । ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ସମସ୍ତ ଗ୍ରାମାଞ୍ଚଳରେ ପ୍ଲାଷ୍ଟକି ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ । ତେବେ ଏହାକୁ ନେଇ ସଚେତନତା କରିବର ପାଇଁ ପଞ୍ଚାୟତିରାଜ ବିଭାଗକୁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶ ଦେଇଛି ।
ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସବୁ ଜିଲ୍ଲାରେ ପ୍ଲାଷ୍ଟିକ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରାଯିବ । ସେହି ପରି ପଲିଥିନ ଓ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସ୍ୱୟଂ ସାହାୟକ ଗୋଷ୍ଠି ପଲିଥିନ ବିକଳ୍ପରେ କପଡା ଓ କାଗଜ ବ୍ୟାଗ ତିଆରି କରିବା ପାଇଁ ଦିଆଯିବ । ତେବେ ପ୍ଲାଷ୍ଟିକ ବର୍ଜ୍ୟକୁ ରାସ୍ତା ତିଆରି କରିବା ପାଇଁ ପରିବହନ ବିଭଗକୁ ନିର୍ଦ୍ଦେଶ ଦିଆଯାଇଛି ।