ଭୁବନେଶ୍ୱର (ଏଟିଆର ବୁରୋ): କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି ଭାଇରସକୁ ରୋକିବା ପାଇଁ ଗୋଟେ ପରେ ଗୋଟେ ପଦକ୍ଷେପ ନେଉଥିବା ବେଳେ ଏବେ ଦେଶର ସବୁଠାରୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଏନେଇ ରାଜ୍ୟସରକାର ଭୁବନେଶ୍ୱରର ଦୁଇଟି ବଡ ଘରୋଇ ହସ୍ପିଟାଲ ସମ୍ ଏବଂ କିମ୍ସ ମେଡିକାଲ କଲେଜ ସହ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏହି ହସ୍ପିଟାଲରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ୧୦୦୦ ଟି ଶଯ୍ୟା ର ସୁବିଧା ରହିଛି । ଏହି ଦୁଇଟି ଚୁକ୍ତିକୁ ଆଜି ଲୋକସଭା ଭବନରେ ସ୍ୱାକ୍ଷରିତ କରାଯାଇଛି ।
ସେହିଅନୁଯାୟୀ ପ୍ରଥମ ଏମଓୟୁରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ,ଓଡିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନଲ କ୍ରିଷ୍ଣ ଓ କିମ୍ସ ମଧ୍ୟରେ ସ୍ୱାକ୍ଷର ହୋଇଛି । ସେହିପର ଦ୍ୱିତୀୟ ଏମଓୟୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ମହାନଦୀ କୋଲଫିଲ୍ଡର ପରିଚାଳନା ନିର୍ଦ୍ଦେଶକ ଏସ.ଏସ.ପଣ୍ଡା ଏବଂ ସମ୍ ହସ୍ପିଟାଲ ମଧ୍ୟରେ ସ୍ୱାକ୍ଷରିତ ହୋଇଛି
Taking a historic move to combat #Coronavirus #Odisha as the 1st Indian State has set to open around 1000 bedded Hospitals with State-of-the-Art facilities for the #Covid19 patients.
2 tripartite agreements have been signed by the State Govt. at Lok Seva Bhawan. @MoHFW_INDIA pic.twitter.com/ceQoQMQv1Y
— I & PR Department, Odisha (@IPR_Odisha) March 26, 2020
କରୋନା ଲାଗି ସମ୍ ରେ ୫୦୦ ଶଯ୍ୟା ବ୍ୟବସ୍ଥା କରାଯିବ । ଏନେଇ ସୋଆ ର କୁଳପତି ଡା. ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ଏଥିରେ ଆଇସିୟୁ ର ସୁବିଧା ରହିବ । ସେହିପରି କରୋନା ପାଇଁ କିମ୍ସରେ ୪୫୦ ଶଯ୍ୟାର ବ୍ୟବସ୍ଥା କରାଯିବ । ଏନେଇ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତ ସୂଚନା ଦେଇଛନ୍ତି ।
ଏଥିପାଇଁ ଓଡିଶା ଖଣି ନିଗମ ଏବଂ ମହାନଦୀ କୋଲଫିଲ୍ଡସ ସେମାନଙ୍କର ସିଏସଆର ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇବେ । ବହୁତ ଶୀଘ୍ର ଏହି ଦୁଇଟି ପ୍ରକଳ୍ପ ଉପରେ କାର୍ଯ୍ୟକାରୀ କରାଯିବ ।