ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନୁହେଁ କେବଳ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଆସିବାକୁ ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮୮ ଜଣଙ୍କ ମଧ୍ୟରୁ ଏଯାଏଁ ୨୦୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିଛି । ଆଉ ୮୩ ଟି ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନି । ଏଭଳି ସ୍ଥିତିରେ ଏମ୍ସରେ ମୃତକଙ୍କ ସମ୍ପର୍କୀୟ ପହଁଚିବାକୁ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।