ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଥମ ଦିନରୁ ସାରା ରାଜ୍ୟରେ ପଡିଛି ବନ୍ଦର ପ୍ରଭାବ। ଗାଡି ମଟର ବନ୍ଦ ହେବା ଫଳରେ ଯାତାୟତ ଠପ ହୋଇ ଯାଇଛି । ରାସ୍ତା ଘାଟ ଖାଁ ଖାଁ ଲାଗୁଛି । ସେପଟେ ବନ୍ଦ ପାଇଁ ଦୋକାନ ବଜାର ବନ୍ଦ ହେବା ଲାଗି ଜନ ସାଧାରଣ ବହୁ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଆନ୍ଦୋଳନ କାରୀମାନେ ବ୍ୟାନର ଧରି ରାସ୍ତା ଘାଟ ବନ୍ଦ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ତେବେ ଏହି ବନ୍ଦ ଦୁଇଦିନ ପାଇଁ ଡାକରା ଦିଆଯାଇଥିବାରୁ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ ବୋଲି ଆଶା କରାଯାଇଛି ।
ବନ୍ଦ ଡାକରାର କାରଣ ; କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍ଟି ଲାଗୁ କରିବା ଇତ୍ୟାଦି ବଡ଼ ବଡ଼ ପଦକ୍ଷେପକୁ ବିରୋଧ କରି ବାମ ଦଳ ଗୁଡ଼ିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସବୁ ବାମ ଦଳ ଏକାଠି ହେବା ସହ କେନ୍ଦ୍ର ସରକାରଙ୍କ ସବୁ ବିରୋଧୀ ଏହାକୁ ସମର୍ଥନ ଜଣାଇଛନ୍ତି । ଏହି ଦୁଇ ଦିନିଆ ଭାରତ ବନ୍ଦ୍ ଯୋଗୁଁ ଦେଶର ଅର୍ଥନୀତିରେ ଏକ ବିରାଟ ପ୍ରଭାବ ପକାଇବ । ମଙ୍ଗଳ ବାର ଏବଂ ବୁଧବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି।