ଉମରକୋଟ(ଏଟିଆର ବ୍ୟୁରୋ): ଖେଳ ବି ନେଇପାରେ ଜୀବନ, ଖେଳୁ ଖେଳୁ ଜଳିଗଲେ ଦୁଇ ଭଉଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତଗର୍ତ ମଇନାପଦର ଗାଁରେ ।
ସୁଚନା ଅନୁସାରେ ଗତକାଲି ଅପରାହ୍ନରେ ମକା କିଆରୀରେ ଗୋଟେ କୁଡିଆ ଭିତରେ ଦୁଇ ଭଉଣୀ ଖେଳୁଥିବା ସମୟରେ ହଠାତ ନିଆଁ ଲାଗିଯିବା ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଦୁଇ ଭଉଣୀ ।
ଘଟଣା ଘଟିବାର ମାତ୍ର କିଛି ଦୁରରେ ଦୁଇ ଭଉଣୀଙ୍କ ବାପା ମା କାମ କରୁଥିଲେ ବି ଝିଅ ଦୁଇ ଜଣଙ୍କର ଜୀବନ ବଞ୍ଚାଇ ପାରିନଥିଲେ । ତେବେ ନିଆଁ ଲାଗିବାର କାରଣ ଜଣା ପଡିନାହିଁ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତ ଦୁଇ ଭଉଣୀ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪) ।