ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପାଗ ଶୁଖିଲା ରହିଥିବା ସହ ସକାଳୁ ସକାଳୁ ଘନକୁହୁଡିର ଆସ୍ତର ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ୧୧ରୁ ୧୪ତାରିଖ ମଧ୍ୟରେ ପାଣି ପାଗରେ କିଛିଟା ପରିବର୍ତ୍ତନ ପରିଲକ୍ଷିତ ହେବା ସହ କିଛି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ କାଲି ହୋଲି ଥିବା ବେଳେ ରାଜ୍ୟର ସବୁ ସ୍ଥାନରେ ପାଗ ଶୁଖିଲା ରହିବା ସହ କା ଭାଁ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, କାଲି ରାଜ୍ୟରେ କିଛି ସ୍ଥାନରେ ଅପରାହ୍ନଠାରୁ ବର୍ଷା ହୋଇପାରେ । ତେବେ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ୧୧ରୁ ୧୩ତାରିଖ ମଧ୍ୟରେ ଉତ୍ତର ଓଡିଶା ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ସେହି ଜିଲ୍ଲାଗୁଡିକ ହେଲା ସୋନପୁର, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କଳାହାଣ୍ଡି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।