ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡେରୀରେ ହେଉନା କାହିଁକି ଧୀରେ ଧୀରେ ଶୀତ ପ୍ରଭାବ ରାଜ୍ୟରେ ଅନୁଭବ ହେବାରେ ଲାଗିଲାଣି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୦ତାରିଖରୁ ଶୀତ ଅଧିକ ଅନୁଭୂତ ହେବ । ଉତ୍ତର- ପଶ୍ଚିମ ବାୟୁ ପ୍ରଭାବ ଯୋଗୁଁ ଶୀତ ଅନୁଭୂତ ହେବ । ତେବେ ଆଜି ସକାଳୁ ସକାଳୁ ପାଗ କୋହଲା ରହିବା ସହ ଶୀତ ମଧ୍ୟ ଅନୁଭୂତ ହେବାରେ ଲାଗିଛି ।
ଉତ୍ତର ଓ ଦକ୍ଷିଣ ଓଡିଶାରେ କୁହୁଡି ପଡିବ ଏବଂ ସାରା ରାଜ୍ୟରେ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ । ଏହାସହ ୧୪ଟି ଜିଲ୍ଲାରେ ସକାଳ ଓ ରାତି ସମୟରେ ଘନ କୁହୁଡି ମଧ୍ୟ ଦେଖା ଦେଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବିଳମ୍ବରେ ହଉନା କାହିଁକି ଶୀତ ପଡିଥିବାରୁ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଲୋକମାନେ ଧୁନି କରିବା ସହ ଭ୍ରମଣ, ବ୍ୟାୟମ ଓ ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି ।