ଭୁବନେଶ୍ୱର( ଏଟିଆର ବ୍ୟୁରୋ): ବିଜ୍ଞାନ ଏବେ ସବୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ପାରୁଛି । ସେ କୌଣସି କାମ ହେଉଁନା କାହିଁକି ଟେକନୋଲୋଜିରେ ସବୁକିଛି ସମ୍ଭବ । ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ । ଏଇ ନିକଟରେ ଭୁବନେଶ୍ୱର ଇନଫୋସିଟିରେ ଖୋଲିଛି ଏକ ରେଷ୍ଟୁରାଣ୍ଟ । ଯେଉଁଠି ଗ୍ରାହକଙ୍କୁ ଖାଦ୍ୟ ପରଶୁଛି ରୋବର୍ଟ ।
ଡିଏଲଏଏଫ ଟାୱାରରେ ରୋବ ସେଫ ନାମରେ ଖୋଲିଥିବା ଏହି ରେଷ୍ଟୁରାଣ୍ଟରେ ଚମ୍ପା ଚମେଲି ନାମରେ ଦୁଇଟି ରୋବର୍ଟ ଖାଦ୍ୟ ପରଶୁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ରୋବର୍ଟ ଦୁଇଟି ଗ୍ରାହକଙ୍କ ଠାରୁ ଅର୍ଡର ନେବା ସହିତ ଗ୍ରାହକଙ୍କୁ ଖାଦ୍ୟ ଆଣି ପରଶୁଛନ୍ତି । ଏଥି ସହିତ ଗ୍ରାହକଙ୍କ ସହିତ ଭାବର ଆଦାନ ପ୍ରଦାନ ମଧ୍ୟ କରୁଛନ୍ତି ।
ରୋବର୍ଟ ଦେହରେ ଲାଗିଥିବା ଏଲଇଡି ସ୍କ୍ରିନ ମାଧ୍ୟମରେ ରୋବର୍ଟକୁ ଯାହା ନିର୍ଦେଶ ଦିଆଯାଉଛି ସେ ତାକୁ ସାଧାରଣ ମଣିଷ ଟେ ପରି କରି ପାରୁଛନ୍ତି । ହୋଟେଲ ମାଲିକଙ୍କ କହିବା ଅନୁସାରେ ରୋବର୍ଟ ଦୁଇଟି ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଏହା ପୂର୍ବ ଭାରତରେ ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ ବୋଲି କୁହାଯାଉଛି ।