ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ପ୍ରଥମ ଥର କରି ରାଜ୍ୟ ସମେତ ରାଜ୍ୟ ବହାରେ ମଧ୍ୟ କେତେକ ସ୍ଥାନରେ ଓଜେଇ ପରୀକ୍ଷା କେନ୍ଦ୍ର ହେବ । ରାଜ୍ୟ ବହାରେ ୩ ଟି ସ୍ଥାନରେ ଓଜେଇ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି । ପାଟନା, ରାଞ୍ଚି ଏବଂ କୋଲକାତାରେ ଓଜେଇ ପରୀକ୍ଷା କେନ୍ଦ୍ର ହେବ । ଏନେଇ ସୂଚନା ଦେଇଛନ୍ତି ଓଜେଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ । ସୂଚନାଯୋଗ୍ୟ ଚଳିତ ବର୍ଷ ରାଜ୍ୟର ୨୧ ଟି ସହର ଓ ବାହାର ରାଜ୍ୟରେ ୩ ଟି ସ୍ଥାନରେ ପରୀକ୍ଷ କେନ୍ଦ୍ର କରାଯିବ ।
ସେହିଭଳି ଏଥର ବଲାଙ୍ଗୀର, ଗଜପତି, ଜଗତସିଂହପୁର, ନୟାଗଡ, ଯାଜପୁର, କନ୍ଧମାଳର ଫୁଲବାଣୀରେ ପରୀକ୍ଷା କେନ୍ଦ୍ର ହେବ । ବି ଫାର୍ମ, ଏମ୍ବିଏ, ଏମ୍ସିଏ, ଏମ୍ଟେକ୍, ଏମ୍ଟେକ୍ ପାର୍ଟ ଟାଇମ୍, ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମ, ଇଣ୍ଟ୍ରିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ୍ ଏଣ୍ଟ୍ରି(ଡିପ୍ଲୋମା), ଲାଟେରାଲ୍ ଏଣ୍ଟ୍ରି-ଟେକ୍(ବିଏସ୍ସି), ଲାଟେରାଲ୍ ଏଣ୍ଟ୍ରି-ଫାର୍ମ ପାଇଁ ଛାତ୍ରଛାତ୍ରୀ ମାନେ ଓଜେଇଇ ପରୀକ୍ଷା ଦେବେ ।
କୋଭିଡ ୧୯ ଗାଇଡ ଲାଇନକୁ ମାନି ଚଳିତ ବର୍ଷ ପରୀକ୍ଷା ହେବ । ପରୀକ୍ଷା ସମୟରେ ସାମାଜିକ ଦୁରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯିବ । ସେହିଭଳି ଅନଲାଇନରେ ଛାତ୍ରଛାତ୍ରୀ ମାନେ ୧୬ ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ର ପରିବତ୍ତନ କରିପାରିବେ ।