ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଭୁବନେଶ୍ୱର ରେଲୱ ଷ୍ଟେସନରେ ଯାତ୍ରୀ ମାନଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡିବନି । କମ୍ ମୂଲ୍ୟରେ ଯାତ୍ରୀ ମାନେ ଏବେ ଷ୍ଟେସନ ଭିତରେ ଓଲା ଓ ଉବର ଭଳି କ୍ୟାବ ସର୍ଭିସର ସୁବିଧା ପାଇପାରିବେ ।
ରେଲୱେ କର୍ତ୍ତୁପକ୍ଷ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଓଲା ଓ ଉବର ପାଇଁ ସ୍ୱତନ୍ତ୍ର ପାର୍କିଂର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଯାହା ଫଳରେ ଏବେ ଷ୍ଟେସନରେ ହିଁ ଯାତ୍ରୀ ମାନେ ଓଲା ଓ ଉବର ବୁକ୍ କରି କମ୍ ମୂଲ୍ୟରେ ଯାତ୍ରା କରିପାରିବେ ।
ପୂର୍ବରୁ ପୁରା ସହର ସାରା ଏହି ଅନଲାଇନ କ୍ୟାବ ସର୍ଭିସକୁ ଲୋକମାନେ ବ୍ୟବହାର କରିପାରୁଥିଲେ ହେଁ କିଛି ସ୍ଥାନରେ ଏହି କ୍ୟାବ ଗୁଡିକୁ ଯାତ୍ରୀ ମାନଙ୍କୁ ନେବା ପାଇଁ ଅନୁମତି ଏପର୍ଯ୍ୟନ୍ତ ମିଳିନାହିଁ ।
ରାଜ୍ୟର ଘରୋଇ ଅଟୋ ମାଲିକ ସଂଘ ଓ ଘରୋଇ କ୍ୟାବ ମାଲିକ ସଂଘର ଦାବି ଅନୁଯାଇ ସହରର ଅଟୋ ଷ୍ଟାଣ୍ଡ ଓ କ୍ୟାବ ଷ୍ଟାଣ୍ଡ ଗୁଡିକର ୧୦୦ ମିଟର ଦୂରତା ଭିତରେ, ଓଲା ଓ ଉବର ଭଳି ସଂସ୍ଥା ଯାତ୍ରୀ ମାନଙ୍କୁ ନେଇ ପାରିବେ ନାହିଁ । ଫଳରେ ଏଥି ପାଇଁ ବହୁ ସମୟରେ ଲୋକମାନଙ୍କୁ ହଇରାଣ ହେବାକୁ ପଡୁଥିଲା । ଖାସ କରି ଭୁବନେଶ୍ୱର ରେଲୱେ ଷ୍ଟେସନରେ ।
ଷ୍ଟେସନ ଭିତରେ ଓଲା ଓ ଉବର ଯିବା ପାଇଁ ଅନୁମତି ନଥିଲା । ଏବଂ ଏହି କ୍ୟାବ ଗୁଡିକ ପାଇଁ କିଛି ସ୍ୱତନ୍ତ୍ର ପାର୍କିଂର ବ୍ୟବସ୍ଥା ମଧ୍ୟ ନଥିଲା । କିନ୍ତୁ ବର୍ତ୍ତମାନ ରେଲୱ କର୍ତ୍ତୁପକ୍ଷଙ୍କ ନୂଆ ନିଷ୍ପତି ଅନୁଯାଇ ଓଲା ଓ ଉବର କ୍ୟାବ ଗୁଡିକୁ ଷ୍ଟେସନ ଭିତରେ ପାର୍କିଂ କରିବାର ଅନୁମତି ମିଳିବ ।