ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ଦୁଇ ମାସ ପୂର୍ବରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଏହି ଦିନ ଠାରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଅନୁଯାଇ ଟ୍ରାଫିକ ନିୟମକୁ ଉଲ୍ଲଘଂନ କରୁଥିବା ଲୋକ ମାନଙ୍କ ଉପରେ ମୋଟା ଅଙ୍କର ତଣ୍ଡ ଲଗାଯାଇଥିଲା । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳି ଥିଲା । ଡ୍ରାଇଭିଗଂ ଲାଇସେନ, ଗାଡି ପଲ୍ୟୁସନ, ଗାଡି କାଗଜ ପତ୍ର ନଥିବାରୁ ଲୋକ ମାନେ ବହୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିଥିଲା । ଏହାର କିଛି ଦିନ ପରେ ଲୋକ ମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡିଥିଲା ପୋଲିସ ମାନଙ୍କୁ ଫଳରେ ଭୁବନେଶ୍ୱର ରାଜମହଲ ଛକ ଏକ ପ୍ରକାର ରଣକ୍ଷେତ୍ର ପାଳଟି ଯାଇଥିଲା । ତେବେ ଏହାକୁ ନଜରରେ ରଖି ରାଜ୍ୟ ସରକାର ନୂଆ ନିୟମକୁ ୩ ମାସ କୋହଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ନୂଆ ମଟର ଯାନ ଆଇନ ଆସିବା ପରେ ୧୫ ବର୍ଷରୁ ପୁରୁଣା ଗାଡି ଆଉ ରାସ୍ତାରେ ଚାଲିବ ନାହିଁ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ୧୫ବର୍ଷର ପୁରୁଣା ଗାଡିର ପଞ୍ଜିକରଣ ଜାରି ରହିବ । ଟ୍ରାନ୍ସପୋର୍ଟ ଗାଡ଼ି ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ଥିବା ଯାଏଁ ପଞ୍ଜିକରଣ ବୈଧ ରହିବ । ୧୫ ବର୍ଷ ପୁରୁଣା ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଲିସି ଆସିନାହିଁ । ଏନେଇ ଖୋଦ ରାଜ୍ୟ ପରିବହନ ବିଭାଗରର କର୍ତ୍ତୃପକ୍ଷ ଟ୍ୱିଟ କରି କହିଛନ୍ତି । ତେବେ ଏହା ପୂର୍ବ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରାଯିବ ଓ ଗାଡି କାଗଜ ପତ୍ର ଠିକ କରିବା ପାଇଁ ଦିଆଯାଇଥିବା ସମୟ ସୀମା ଆଉ ବଢା ଯିବ ନାହିଁ ।
At present there is no policy to scrap more than 15 year old vehicles. The owners of fifteen year old Non Transport vehicles can renew the RC at RTO office.
The validity of registration of transport vehicle is valid as long as its fitness certificate is valid. pic.twitter.com/rgKc3HUG6x— STA Odisha (@STAOdisha) November 26, 2019