ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳ ଥିଲା ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପାଇଁ ବଲିଉଡ ଗାୟକମାନଙ୍କୁ ଡାକିବାକୁ ପଡୁଥିଲା । କିନ୍ତୁ ଏବେ ଯୁଗ ଅନୁସାରେ ସମୟ ବି ବଦଳି ଯାଇଛି । ତାହାସହିତ ଓଡିଆ କଳାକାରମାନଙ୍କର ପ୍ରତିଭା ପ୍ରଷ୍ଫୁଟିତ ହୋଇ ଦଖାଯାଉଛି । କେବଳ ଓଡିଆ ଇଣ୍ଡଷ୍ଟ୍ରିରେ ସିମୀତ ହୋଇ ରହିନାହିଁ । ବରଂ ବଲିଉଡ ଏବଂ ହଲିଉଡରେ ମଧ୍ୟ କଳାକାରମାନଙ୍କ ଜଲୱା ଦେଖିବାକୁ ମିଳିଲାଣି । ସେହି ସବୁ ଦକ୍ଷତା ସଂପର୍ଣ୍ଣ କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗାୟକ କ୍ରିଷ୍ଣା ବେଉରା । କ୍ରିଷ୍ଣା ଏବେ ହଲିଉଡରେ ଏଣ୍ଟ୍ରି କରି ଏକ ଫିଲ୍ମରେ କଣ୍ଠଦାନ କରିଛନ୍ତି ।
ଆଜ୍ଞା ହଁ ଓଡିଆ ଗାୟକ କ୍ରିଷ୍ଣା ବେଉରା ହଲିଉଡର ଏକ ଫିଲ୍ମରେ ଗୀତ ଗାଇଛନ୍ତି । ଏହି ଫିଲ୍ମର ନାମ ରହିଛି ‘ଏକ୍ସୟାଇଏକ୍ସ’ । ଏବଂ ସାନି ରିଗିସ୍ଙ୍କ ସହ ମିଶି ‘ଇଜ୍ ନଟ୍ ଲଭ ଏନଫ୍’ ଗୀତରେ କ୍ରିଷ୍ଣା କଣ୍ଠଦାନ କରିଛନ୍ତି ।
ଟ୍ରାନସଞ୍ଜେଣ୍ଡର, ଗେ,ଲେସବିଆନଙ୍କ ଉପରେ ଆଧାରିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ତରୁଣ ଗାହୋଲତ୍, ନେହା ଲାୟର ଏଂବ ପ୍ରୀତି ଶର୍ମା ।