ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତିଙ୍କର ଆଜି ବିବାହ ବାର୍ଷିକ । ଏହି ଅବସରରେ ସୋସିଆଲ ମିଡିଆରେ ବାବୁସାନ୍ ଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାନୁଯାୟୀ, ବାବୁସାନ ୨୦୧୪ ମସିହା ଜୁଲାଇ ୬ ତାରିଖରେ ସାତ ଜନମର ସାଥୀ ରୂପେ ତାଙ୍କ ସ୍କୁଲ ବେଳର ସାଙ୍ଗ ତୃପ୍ତି ଶତପଥୀଙ୍କ ହାତ ଧରିଥିଲେ । ତାଙ୍କ ବିବାହ ବହୁ ଆଡମ୍ବରରେ ହୋଇନଥିଲେ ମଧ୍ୟ ହୋଟେଲ ମେଫେୟାରରେ ଦୁଇଟି ପରିବାରର ସଦସ୍ୟ ଉପସ୍ଥିତ ରହି ବାବୁସାନ୍ ଏବଂ ତୃପ୍ତିଙ୍କୁ ଆର୍ଶିବାଦ ଦେଇଥିଲେ ।
ଓଲିଉଡ କଳାକାର ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କର ଏକ ମାତ୍ର ଗେହ୍ଲା ପୁଅ ହେଉଛନ୍ତି ବାବୁସାନ୍ । ମା’ ଓ ବାପାଙ୍କ ଭଳି ପୁଅ ମଧ୍ୟ ଅଭିନୟରେ ଖୁବ୍ ଧୁରନ୍ଦର । ନିକଟରେ ତାଙ୍କ ଫିଲ୍ମ ‘ସୁନ୍ଦର ଗଡର ସଲମାନ୍ ଖାନ୍’ ରିଲିଜ୍ ହୋଇଥିଲା । ଯାହା ସିନେମା ହଲରେ ସୁପର ହିଟ୍ ହୋଇଥିଲା ଏବଂ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।