ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତଜ୍ଞ ସରୋଜ ପଟ୍ଟନାୟକଙ୍କ ପରଲୋକ ଘଟିଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି । ବାରିପଦା ବଡବଜାର ସ୍ଥିତ ବାସଗୃହରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଅଭିଳାଷ, ହାକିମବାବୁ, ଅଭିମାନ, ଫୁଲ ଚନ୍ଦନ , ଏଇ ସଂଘର୍ଷ, ଝିଅଟି ସୀତା ପରି, ମୋ ମନ ଖାଲି ତୋରି ପାଇଁ ଭଳି ଅନେକ ଚଳଚ୍ଚିତ୍ର ସମେତ ନାଟକ, ବେତାର, ଟେଲିଫିଲ୍ମ, ଟେଲିଭିଜନ ଧାରାବାହିକରେ ସ୍ୱର ସଂଯୋଜନା କରି ନିଜର ଏକ ଅନନ୍ୟ ଛାପ ସେ ଛାଡି ଯାଇଛନ୍ତି ।
୧୯୪୦ ମସିହା ଜୁନ୍ ୨ ତରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସରୋଜ ପଟ୍ଟନାୟକ ।