ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସଗ୍ରୁପ ଓ ସ୍ପନ୍ଦନାର ମିଳିତ ଆନୁକୂଲ୍ୟରେ ଭୁଳବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି ସ୍ପନ୍ଦନ ଷ୍ଟାର ଓଲିଉଡ ଆୱାର୍ଡ ୨୦୧୯ । ଏହି ଅବସରରେ ଅଥିଥି ଭାବେ ଜଟଣୀ ବିଧାୟକ ସୁର ରାଉତରାୟ, ଓଡିଶା ସେଣ୍ଟ ହାଉସିଙ୍ଗ ବୋର୍ଡର, ଚେୟାରମ୍ୟାନ ପ୍ରିୟଦର୍ଶିନୀ ମିଶ୍ର, ସ୍ପନ୍ଦନ ଷ୍ଟାର ଓଲିଉଡର ବ୍ରାଣ୍ଡ ଆମ୍ବାସେଡର ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଓଲିଉଡ ଅଭିନେତ୍ରୀ ଭୂମିକାଙ୍କ ଏକ ଦମଦାର ଡ୍ୟାନସରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଓଡିଶା ସିନେ ଜଗତର ବହୁ କଳାକାର , ସଂଗୀତଜ୍ଞ ଓ ଶଶୁ କଳାକାରଙ୍କୁ ଏଥିରେ ସମ୍ମାନୀତ କରାଯାଇଛି ।
ତନ୍ମ ମଧ୍ୟରୁ ଅକ୍ଷୟ ପରିଜାଙ୍କୁ ଜୀବନବ୍ୟାପି ସାଧନା ପାଇଁ ଲାଇଫ ଟାଇମ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଭର୍ସାଟାଇଲ ଆକ୍ଟର ମହିର ଦାସଙ୍କୁ ଏଭରଗ୍ରୀନ ଆକ୍ଟର ଆୱାର୍ଡରେ ସମ୍ମାନୀତ କରଯାଇଛି । ସେହିଭଳି ମୋଷ୍ଟ ଭର୍ସାଟାଇଲ ଆକ୍ଟର ଭାବେ ସିଦ୍ଧାନ୍ତ ମହାପାତ୍ରଙ୍କୁ ସମ୍ମାନୀତ କରାଯାଇଛି । ବେଷ୍ଟ ପ୍ରଡକ୍ସନ ହାଉସ ବ୍ରଜରାଜ ମୁଭିଜ, ବେଷ୍ଟ ଡାଇରେକ୍ଟର ତାପସ ସରଘରିଆ, ବେଷ୍ଟ ଫିଲ୍ମ ସୁନ୍ଦରଗଡର ସଲମାନଖାନ । ବେଷ୍ଟ ଆକ୍ଟର ବାବୁସାନ ମହାନ୍ତି ଫର ସୁନ୍ଦରଗଡର ସଲମାନ ଖାନ, ବେଷ୍ଟ ଆକ୍ଟ୍ରେସ ଭୂମିକା ଦାସଙ୍କୁ ଶ୍ରୀମାନ ସୁରଦାସ ପାଇଁ ସମ୍ମାନୀତ କରାଯାଇଛି ।