ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଚାଲିଛି ଶୀତ ଋତୁ । ଟିକେ ଚଳଣିରେ ଓଲମ ବିଲମ କଲେ ମାଡି ବସୁଛି ଥଣ୍ଡା ଜର । ତେବେ ଏହି ଋତୁରେ କାଜୁ ଖାଇବା ଦେହ ପାଇଁ ହୋଇଥାଏ ବହୁତ ଉପକାରୀ । କାଜୁରେ ପ୍ରୋଟିନ ଏବଂ ଭିଟାମିନ ବି ଅଧିକ ମାତ୍ରାରେ ରହିଥାଏ । କାଜୁରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବାରୁ ଏହା ଅନେକ ରୋଗରୁ ଉପସମ ଦେଇଥାଏ । ସେହିଭଳି କାଜୁ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ । ମାତ୍ର କାଜୁକୁ ଅଧିକ ମାତ୍ରାରେ ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ ।
ତେଣୁ କାଜୁକୁ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ । କାଜୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ । ଯଦି ଆପଣଙ୍କ ଶରୀରେ ଆଇରନ କମ ରହିଛି ଶରୀରକୁ ଆଇରନ ଯୋଗାଇଥାଏ କାଜୁ । ସେହିଭଳି କାଜୁ ରକ୍ତ ହୀନତାରୁ ବି ଉପସମ ଦେଇଥାଏ । କାଜୁ ଯୌନ ରୋଗ ପାଇଁ ମଧ୍ୟ ଉପକାରୀ ହୋଇଥାଏ । କାଜୁ ଶକ୍ତି ଯୋଗାଇଥାଏ । କାଜୁ ଖାଇବା ଦ୍ୱାରା ହଜମ ଶକ୍ତ ବଢିଥାଏ । କାଜୁ ମିଳନ ସମୟରେ ଉଭୟଙ୍କୁ ଶକ୍ତି ଯୋଗାଇଥାଏ । ସବୁଠାରୁ ବଡକଥା ହେଉଛି ଏହା ତ୍ୱଚାକୁ ଚମକ ଦେଇଥାଏ ।