ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା ଅନଲାଇନ ଜରିଆରେ କରାଯିବ । ଇଚ୍ଛୁକ ଛାତ୍ରାଛାତ୍ରୀ ମାନେ ଅନଲାଇନ ମଧ୍ୟମରେ ପରୀକ୍ଷା ଦେଇ ପରିବେ । ନହେଲେ ପରେ କଲେଜ ଖୋଲିବା ପରେ ପରୀକ୍ଷା ଦେବେ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସୂଚନାଯୋଗ୍ୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ତରିଖ ଘୋଷଣା ହେବା ପର ଠାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନେ ଯୁକ୍ତ ତିନି ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଭଲି ଷଷ୍ଠ ସେମିଷ୍ଟାର ବାତିଲ କରିବା ପାଇଁ ଦାବି କରିଥିଲେ ।
ସେହିଭଲି ପିଜିର ଦ୍ୱିତୀୟ ସେମିଷ୍ଟାର ଭଳି ଚତୁର୍ଥ ସେମିଷ୍ଟାର ବାତିଲ କରିବା ପାଇଁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଥିଲେ । ଯଦି ପରୀକ୍ଷା ବାତିଲ ନକରାଯାଏ ତେବେ ଆଗାମୀ ଦିନରେ ଅନ୍ଦୋଳନକୁ ଛାତ୍ରଛାତ୍ରୀ ମାନେ ଓହ୍ଲାଇବେ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ । ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୨୪ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ସବୁ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।