ଭୁବନେଶ୍ୱର (ଏଟିଆର ବ୍ୟୁରୋ):୪ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର କୁ ଗଲା ସ୍ପେସଏକ୍ସର ରକେଟ । ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ଏହାର ଉଡ଼ାଣ ଭରିଛି । ମହାକାଶଚାରୀଙ୍କ ମଧ୍ୟ ରେ ୩ ଆମେରିକୀୟ ନାଗରିକ ହୋଇଥିବା ବେଳେ ଅନ୍ୟ ଜଣେ ଜାପନର ରହିଛନ୍ତି ।୨୭ ଘଣ୍ଟା ର ଯାତ୍ରା ପରେ ଆସନ୍ତା କାଲି ସକାଳ ୯ଟାରେ ଆଇଏସଏସ ରେ ପହଞ୍ଚିବ ଏହି ରକେଟ ।
ମହାକାଶଚାରୀଙ୍କ ମଧ୍ୟ ରେ ଶାନ୍ନୋନ ୱାକର , ଭିକ୍ୱର ଗ୍ଲୋଭର , ମାଇକ୍ ହପକିନ୍ସ ଏବଂ ସୋଇଚି ନୋଗୁଚି ରହିଛନ୍ତି ।ଏହି ମିଶନ ସଫଳ ହେଲେ ଏହାପରେ ଆହୁରି ରୁଟିନ୍ ଯାତ୍ରା କରାଯିବ ବୋଲି ଆମେରିକା ଆଶା କରିଛି ।ଏହି ମିଶନର ଖାସ କଥା ହେଉଛି , ରକେଟ୍କୁ ଲଞ୍ଚକରିଛି ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ।
ମହାକାଶଚାରୀମାନେ ସ୍ପେସ୍ କ୍ୟାପସୁଲ୍ ରିସାଇଲେସନର ସହାୟତାରେ ସୋମବାର ମଧ୍ୟ ରାତ୍ରିରେ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ରେ ପହଞ୍ଚିବେ ବୋଲି କୁହାଯାଇଛି ।ଏବଂ ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନେ ସେଠାରେ ଗବେଷଣା କରିପାରିବେ ।
ଭିକ୍ଟର ଗ୍ଲୋଭର ପ୍ରଥମ କୃଷ୍ଣାଙ୍ଗ ଭାବେ ମହାକାଶୁ ଯାତ୍ରା କରିଛନ୍ତି । ଏବଂ ସୋଇଚି ନୋଗୁଚି ଜାପାନର ମହାକାଶଚାରୀ ।ସ୍ପେଶ ଏକ୍ସର ହେଉଛି ଦ୍ୱିତୀୟ ମାନବଯୁକ୍ତ ଉଡ଼ାଣ । ସୂଚନା ଅନୁସାରେ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ରକେଟରୁ କ୍ୟାପସୁଲ ସଫଳତାର ସହ ଅଲଗା ହୋଇ ଅରବିଟ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଚାଲିଛି ।