ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଆଜି ରାଜଧାନୀ ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କୁ ୩୮ ବର୍ଷ ବୟସ ହୋଇଥିାଲା ବୋଲି ଜଣାପଡିଛି । ଏହା ସହ ମହିଳାଙ୍କ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବାର ଜଣାପଡିଛି ।
Regret to inform that one female #Covid19 positive patient of Bhubaneswar, aged 38 years, who was under long-standing treatment for psoriasis and was on immunosuppressant drugs, has passed away.
Cause of death was septic shock with multi-organ failure.
— H & FW Dept Odisha (@HFWOdisha) June 11, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୯୨ଟି ସକ୍ରିୟ କେସ୍ ରହିଛି ।