ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତ ତିନି ଦିନ ପରେ ରାଜ୍ୟରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୬୧ କୁ ଛୁଇଁଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।
ଆଜିର ଗୋଟିଏ ନୂଆ ପଜିଟିଭକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି।
ନୂତନ ପଜିଟିଭ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରାଯିବ। https://t.co/ebe2n8Tm4q
— I & PR Department, Odisha (@IPR_Odisha) April 18, 2020
ଏହି ନୂତନ କରୋନା ରୋଗୀ କାହା କାହା ସଂଶ୍ପର୍ଷରେ ଆସିଛନ୍ତି ।ସେନେଇ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ବିସ୍ତୃତ କରାଯାଇ ନାହିଁ ।