କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ଚିହ୍ନଟ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ । ଗତକାଲି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେନ୍ଦ୍ରପଡାର ବୋଲି ଜଣା ପଡିଛି । ଆକାନ୍ତଙ୍କ ଘର କେନ୍ଦ୍ରାପଡା ରାଜନଗର ଅଞ୍ଚଳର ବୋଲି ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ନେଇ ଖୋଳତାଡ କରାଯାଉଛି । ଅନ୍ୟପଟେ ଗତକାଲି ୪ ଚିହ୍ନଟଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ ବିଶ୍ରା ଅଞ୍ଚଳର ବୋଲି ଜଣା ପଡିଛି ।
ଏନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଇ ତିନିଜଣଙ୍କୁ କଟକ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୫୪ ରେ । ସୂଚନାଯୋଗ୍ୟ ଏଇ ନିକଟରେ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଓଡିଶାରେ ଏବେ ପର୍ୟ୍ୟନ୍ତ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଯାବତ ମୋଟ ୩୫୫୧ ନମୁନା ପରୀକ୍ଷା ହୋଇଥିବାବେଳେ ୩୪୯୭ ଜଣଙ୍କ ନମୁନା ନେଗେଟିଭ୍ ରହିଛି।