ଓଡ଼ିଶା, ସିକ୍କିମ ଓ ମିଜୋରାମ ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା (IM-PDS) ଯୋଜନାରେ ଆଜିଠାରୁ ସାମିଲ ହେଉଛନ୍ତି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାସୱାନ କହିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନକାର୍ଡ ଜରିଆରେ ପଡିକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ । ତେବେ ସେମାନଙ୍କରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ । ଏ ପର୍ଯ୍ୟନ୍ତ ଏହି ସୁବିଧା 17ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ମିଳୁଥିଲା । ଏହା ବ୍ୟତୀତ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରାଏହି ସୁବିଧା ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସଂପ୍ରସାରିତ କରାଯାଉଛି । ଏହିପରିପ୍ରେକ୍ଷୀରେ 3ଟି ନୂଆ ରାଜ୍ୟ ଏଥିରେ ସାମିଲ ହେବେ । ଏଥିପାଇଁ ଇପିଓଏସସଫ୍ଟୱେୟାରକୁ ଉନ୍ନିତ କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ରୀୟଏନଆଇସି ଟିମ ଜରିଆରେ କରାଯାଉଛି । ଏହି ଔପଚାରିକତା ପୂରଣ ପରେଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ବଣ୍ଟନ ବ୍ୟବସ୍ଥା ଜୁନ ମାସଠାରୁଆରମ୍ଭ ହୋଇପାରିବ । ଅଗଷ୍ଟ 2020 ସୁଦ୍ଧା ଆଉ ତିନିଟି ରାଜ୍ୟ ଯଥା – ଉତ୍ତରାଖଣ୍ଡ, ନାଗାଲାଣ୍ଡ ଏବଂ ମଣିପୁର ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲହୋଇଯିବେ । ବିଭାଗ ପକ୍ଷରୁ ବାକି ଅବଶିଷ୍ଟ 13 ରାଜ୍ୟ ଯଥା – ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଦିଲ୍ଲୀ, ଜମ୍ମ କାଶ୍ମୀର, ଲଦାଖ, ଚଣ୍ଡିଗଡ, ପୁଡୁଚେରି, ତାମିଲନାଡୁ, ଛତିଶଗଡ, ଆଣ୍ଡାମାନ-ନିକୋବର ଓଲାକ୍ଷାଦ୍ୱୀପ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବା ପାଇଁ ସମସ୍ତ ପ୍ରଚେଷ୍ଟାଚାଲିଛି ।
ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେକାର୍ଯ୍ୟକାରୀ ହେବ ।
ଶ୍ରୀ ପାସୱାନ କହିଛନ୍ତି ଯେ, କେନ୍ଦ୍ରୀୟ ବୈଷୟିକ ଦଳ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଓ ବୈଷୟିକ ଗୋଷ୍ଠୀଙ୍କୁ ଏ ସଂକ୍ରାନ୍ତରେଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ପ୍ରଦାନ କରୁଛି । ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅଧୀନରେ ଯେଉଁ ରାସନ କାର୍ଡ ଛ ମାସ ଧରି ଆଧାର ସଂଯୋଗହୋଇଥିବ ତାହା ଏହି ଯୋଜନାରେ ସାମିଲ ହୋଇପାରିବ । ଏହା ବ୍ୟତୀତକେନ୍ଦ୍ରୀୟ ଏନଆଇସି ଟିମ ମଧ୍ୟ ୱାନ ନେସନ, ୱାନ କାର୍ଡ ଯୋଜନାକୁ ତ୍ୱରାନ୍ୱିତକରିବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକୁ ନିରବଚ୍ଛିନ୍ନ ଭାବେ ସହାୟତା କରି ଆସୁଛନ୍ତି ।
ଜୁନ ମାସ ଶେଷ ସୁଦ୍ଧା ଯୋଜନାରେ ସାମିଲ ସମସ୍ତ ରାଜ୍ୟ ଜାତୀୟ ଓଆନ୍ତଃରାଜ୍ୟ ଦେଣନେଣ ବ୍ୟବସ୍ଥା ଆରମ୍ଭ କରିବାକୁ ଶ୍ରୀ ପାସୱାନ ନିବେଦନକରିଛନ୍ତି । ଏହା ଫଳରେ ହିତାଧିକାରୀମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତଅଞ୍ଚଳରେ ଥାଆନ୍ତୁ ନା କାହିଁକି ସେଠାରୁ ନିଜର ରାସନ ସାମଗ୍ରୀ ଉଠାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଓ ସୁଲଭ ଦର ଦୋକାନୀମାନଙ୍କୁଏ ସମ୍ପର୍କରେ ସଚେତନ କରିବା ଉପରେ ମଧ୍ୟ ଶ୍ରୀ ପାସୱାନ ଗୁରୁତ୍ୱାରୋପକରିଛନ୍ତି ।