ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ସର୍ବାଧିକ ୩୦୪ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଜଧାନୀ ଭୁବନେଶ୍ୱର । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୯୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୭୩ ବର୍ଷୀୟ ପୁରୁଷ । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବାର ଜଣାପଡିଛି ।
ସେହିପରି ଆଜି ପାତ୍ରପଡା କିଷାନ ନଗରରୁ ଜଣେ ୪ ବର୍ଷରୁ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଫରେଷ୍ଟ ପାର୍କ ନିକଟରୁ ଜଣେ ୨୯ ବର୍ଷୀୟ ପୁରୁଷ, ୟୁନିଟ-୫ ନିକଟରୁ ଜଣେ ୨୯ ବର୍ଷୀୟ ପୁରୁଷ, ଡୁମୁଡୁମା ସୁବାଷ ନଗର ବସ୍ତିରୁ ଜଣେ ୨୯ ବର୍ଷୀୟ ପୁରୁଷ ସୁସ୍ଥ ହୋଇଛନ୍ତି । ସେହିଭଲି ପତ୍ରପଡା ଏମସ୍ ହସ୍ପିଟାଲରୁ ଦୁଇ ଜଣ ମହିଳା ସୁସ୍ଥ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରାମେ ୩୧ ଓ ୩୦ ବର୍ଷ । ସେହିପରି ୨୫ ବର୍ଷୀୟ ଜଣେ ମେଡିକାଲ ଛାତ୍ରୀ ସୁସ୍ଥ ହୋଇଛନ୍ତି ।