ପାରାଦୀପ (ଏଟିଆର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଜିଲ୍ଲାନାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସବୁ ସେହି ଟଙ୍କା ପାଇଁ ନାଟ । ସାମାନ୍ୟ ୫୦୦ ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଜୀବନକୁ ବଳି ପକାଇବାରେ ପଛାଇ ନାହାଁନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ଆଜ୍ଞା ହଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ତାର ସହଯୋଗୀ ବନ୍ଧୁ ମାନଙ୍କ ସହ ମିଶି ସପ୍ତମ ଶ୍ରେଣୀର ଛାତ୍ରକୁ ଜିଅନ୍ତା ଗାତ କରି ପୋତି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଙ୍କୁ ଅଷ୍ଟମ ଶ୍ରେଣୀର ଅଭିଯୁକ୍ତ ଛାତ୍ର ଜଣକ ୫୦୦ ଟଙ୍କା ମାଗିଥିଲା । ମାତ୍ର ଛାତ୍ର ଜଣକ ଟଙ୍କା ନଦେବାରୁ ସହଯୋଗୀ ବନ୍ଧୁମାନଙ୍କ ସହ ମିଶି ଜୋର ଜବରଦସ୍ତ ଉଠାଇ ନେଇଥିଲା । କେବଳ ଉଠାଇ ନେଇନଥିଲା ବରଂ ନଈ କୂଳ ପଠାରେ ଗଭୀର ଗାତ କରି ସପ୍ତମ ଶ୍ରେଶୀ ଛାତ୍ର ଜଣକୁ ପୋତି ଦେଇଥିଲେ । କିନ୍ତୁ ଛାତ୍ର ଜଣଙ୍କ କାକୂତି ମିନତୀ କରି ଟଙ୍କା ଦେବାକୁ ରାଜି ହେବାରୁ ତାକୁ ଗାତ ଭିତରୁ ବାହାର କରିଥିଲେ । ଏହି ଘଟଣାରେ ପୀଡିତଙ୍କ ପରିବାର ଲୋକ ଜାଣିବା ପରେ କୁଜଙ୍ଗ ଥାନାରେ ଏତଲା କରିଥିଲେ । ଏବେ ଏହି ମାମଲରେ ଛାନ୍ ଭିନ୍ ଚଳାଇଛି ।