ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ପିଆଜ ଦେଖିଲେ ଡର ଲାଗୁଛି । ପିଆଜ ନାଁ ଶୁଣିଲେ ହାର୍ଟ ବିଟ ବଢୁଛି । କଣିବାକୁ ମାର ଗୁଲି । ଛୁଇଁଲେ ଛନକା ପସୁଛି । ଏବେ ଏମିତି ସ୍ଥିତି ଉପଜିଛି ବଜାରରେ । ବଜାର ଗଲେ ହସୁଛି ପିଆଜ କାନ୍ଦୁଛି ପକେଟ । ଟ୍ୱିନ ସିଟିରେ ୧୦୦ ଛୁଇଁଲା ପିଆଜ । ଗତ ୪ ମାସ ହେଲା ପ୍ରତିଦିନ ପିଆଜ ଦର କିଛି ନାଁ ବୃଦ୍ଧି ପାଇଛି । ଆଜି ରବିବାର ଆମିଶ ଭୋଗିଙ୍କୁ ଏକ ପ୍ରକାର ପରିହାସ କରୁଛି ପିଆଜ । ଅଦା ରସୁଣବି ନଛୋଡ ବନ୍ଧା ତାଙ୍କ ଭାଉ ବି କିଛି କମ ନାହିଁ । ଏମାନଙ୍କ ଭାଉ ଦେଖି ଏବେ ଖାଉଟି ଚିନ୍ତାରେ । କହି ହଉଛି ନାଁ ସହି ହେଉଛି । ୪ ମାସ ତଳେ ୩୦ ରୁ ୪୦ ଟଙ୍କାରେ ମିଳୁଥିବା ପିଆଜ କିଲୋ ଏବେ ଗୋଟେ ଗୋଟେ ସ୍ଥାନରେ ୧୦୦ ଛୁଇଁଛି ।
ପିଆଜ ଘର ନାରସିକରେ ବି ପିଆଜ ଦର ଆକାଶ ଛୁଆଁ ହୋଇଛି । ପିଆଜ କ୍ୱିଣ୍ଟାଲ ପିଛା ୬୫୦୦ରୁ ୭୫୦୦ରେ ବିକ୍ରି ହେଉଛି । ଲଗାଣ ବର୍ଷା ଯୋକୁ ଏଥର ପିଆଜ ଚାଷ ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି । ଯାହା ଫଳରେ ଅଧିକ ମାତ୍ରାରେ ଭଣ୍ଡାରରେ ପିଆଜ ମହଜୁଦ ନଥିବାରୁ ଦର ବୃଦ୍ଧି ପାଉଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ଯଦି ସଠିକ ପରିମାଣରେ ପିଆଜ ଉତ୍ପାଦନ କରାଯିବ ତେବେ ଯାଇ ଓଡ଼ିଶାରେ ପିଆଜ ଦର କମିବ ବୋଲି ଆଶା କରାଯାଉଛି ।