ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ପିଆଜ । ଦିନ କେଇଟା ପୂର୍ବରୁ କୋଡିଏ ଟଙ୍କାରେ ଯାହାକୁ ଯେତେ ପିଆଜ ଏବେ କହୁଛି ମୋ ଦେହରେ ହାତ ମାରେନା । ମାର୍କେଟରେ ଏବେ ପିଆଜ ୫୦ ଟଙ୍କା । ଯାହାକୁ ନେଇ ଉଭୟ ବ୍ୟବସାୟୀ ଓ ଖାଉଟି ଟେନସନରେ । ଆଇଁଶ ବଜାର ଏବେ ଟିକେ ଥଣ୍ଡା ପଡିଥିବା ବେଳେ ପିଆଜ କନ୍ଦେଇଲାଣି । ଆଜି ଖୁଚୁରା ବଜାରରେ ପିଆଜ ୫୦ ଟଙ୍କା ଛୁଇଁଛି ।
ଭୁବନେଶ୍ୱର , କଟକ ରେ ପିଆଜ ପ୍ରାୟ ଜାଗାରେ ୪୭ ଉପରେ ରହିଛି । ବର୍ଷା ଯୋଗୁ ଆନ୍ଧ୍ରରେ ପିଆଜ ଚାଷ ପ୍ରଭାବିତ ହୋଇଛି । ଯାହା ଫଳରେ ଆନ୍ଧ୍ରରୁ ଆବଶ୍ୟକୀୟ ପିଆଜ ଆସି ପାରୁନାହିଁ । ଯାହାର ସିଧା ପ୍ରଭାବ ଓଡିଶା ବଜାର ଉପରେ ପଡୁଛି । ତେବେ ଆସନ୍ତା ମାସକୁ ପିଆଜ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ମତ ରଖୁଛନ୍ତି । ଗତ ଏକ ମାସ ହେଲା ପିଆଜ ଦର ରାଜ୍ୟରେ ଚଢା ଦର ରହିଛି । ଆସନ୍ତା ଜାନୁୟାରି ମାସ ପର୍ଯ୍ୟନ୍ତ ଦର ଏମିତି ରହିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ମଧ୍ୟ ପିଆଜ ଚାଷ ବର୍ଷାରେ ପ୍ରଭାବିତ ହୋଇଛି । ଦେଶି ପିଆଜ ଏବେ ମାର୍କେଟରେ ଦେଖିବାକୁ ମିଳିନାହିଁ ।