ବରଗଡ( ଏଟିଆର ବ୍ୟୁରୋ): ଏବେ ବଜାରରେ ସବୁଠାରୁ ମହଙ୍ଗା ପରିବା ପାଲଟି ଯାଇଛି ପିଆଜ । ପିଆଜ କିଲୋ ଏବେ ୧୦୦ ଟଙ୍କା ରହିଛି । ଯାହା ଫଳରେ କିଛି ଲୋକ ଏବେ ପିଆଜ ଖାଇବା ଛାଡି ଦେଇଛନ୍ତି । ତେବେ ବରଗଡରେ ଗୋଟିଏ ମଜାଳିଆ କଥା ଦେଖିବାକୁ ମିଳିଛି । ଏକ ପିଆଜ ବୋଝେଇ ଟ୍ରକରୁ ଗୋଟିଏ ପିଆଜ ବସ୍ତା ଖସିପଡି ଫାଟି ଯିବାରୁ ରାସ୍ତାରେ ଯାଉଥିବା ଲୋକ ଗାଡି ଅଟକାଇ ପିଆଜ ଗୋଟାଉଥିବାର ଦେଖିବାକୁ ମିଳିଛି ।
ଏମିତିକି ଲୋକେ କାର ଅଟକାଇ ମଧ୍ୟ ପିଆଜ ଗୋଟାଇ ନେଇ ଯାଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଖବର ନେବାରୁ ଜଣା ପଡିଛି ପିଆଜ ଟ୍ରକଟି ନାସିକରୁ ସମ୍ବଲପୁର ଯାଉଥିବା ବେଳେ ବରଗଡ ଦେବାହାଲ ରାସ୍ତା ନିକଟରେ ଟ୍ରକରୁ କୌଣସି ପ୍ରକାରେ ଏକ ପିଆଜ ବୋଝେଇ ବସ୍ତା ଖସି ପଡିଥିଲା । ଯାହାକୁ ଗାଡି ଅଟକାଇ ଭିଆଇପି କାରରେ ଆସୁଥିବା ଯାତ୍ରୀ ମଧ୍ୟ ଗୋଟାଉଥିବାର ଦେଖିବାକୁ ମିଳିଥିଲା ।