କଟକ (ଏଟିଆର ବ୍ୟୁରୋ): ବଦଳିଲା ନିୟମ । ଜମି ରେଜିଷ୍ଟ୍ରେସନ ବ୍ୟବସ୍ଥାରେ ପରିବର୍ତ୍ତନ । ଭିଡ ସମସ୍ୟାକୁ ଏଡାଇବା ଲାଗି ଏବେ ଅନଲାଇନ୍ ସ୍ଲଟ ବୁକିଂ ବାଧ୍ୟତାମୂଳକ । ସ୍ଲଟ ବୁକିଂ ସମୟରେ ଦିଆଯାଇଥିବା ସମୟ ଅନୁଯାୟୀ କରାଯିବ ଜମି ପଞ୍ଜିକରଣ । ଏନେଇ ଗତକାଲ ଆଇଜିଆର ପକ୍ଷରୁ ଘୋଷଣା କରାଯାଇଛି ।
ନୂତନ ନିୟମ ଅନୁଯାୟୀ ଜମି କିଣାବିକା ବା ରେଜିଷ୍ଟ୍ରେସନ ପାଇଁ ଏଣିକି ଆଉ ସବ୍ ରେଜିଷ୍ଟାର ଅଫିସ ଯିବାକୁ ପଡିବ ନାହିଁ । ଏଥିପାଇଁ ଅନଲାଇନରେ ଆଗୁଆ ସ୍ଲଟ ବୁକିଂ କରିବାକୁ ହେବ । ସ୍ଲଟରେ ଦିଅ।।ଇଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ ।