କଟକ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । କରୋନା ଭାଇରସରେ ୫ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ସେହିଭଳି ଭାରତରେ ୧୦୦ରୁ ଉର୍ଦ୍ଧ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବାବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖାଯାଇଛି । ଓଡିଶାରେ ଗୋଟିଏ କରୋନା ରୋଗି ଚିହ୍ନଟ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ହାଇକୋର୍ଟ ପକ୍ଷରୁ ସତର୍କତାମୂଳକ ପଦକ୍ଷେ ଗ୍ରହଣ କରାଯାଇଛି । ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ଏକ ସର୍କ୍ୟୁଲାର ଜାରି କରାଯାଇଛି । ଯେଉଁ ଥିରେ କୁହାଯାଇଛିଯେ, ଆଜିଠୁ ହାଇକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣୀ କରାଯିବ । ଅନ୍ୟ କୌଣସି ମାମଲାର ଶୁଣାଣୀ କରାଯିବ ନାହିଁ । ବେଶି ଗୁରୁତ୍ୱ ରଖୁଥିବା ମାମଲା ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶୁଣାଣି ପାଇଁ ଆସୁଥିବା ମାମଲା ଗୁଡିକ ରୁଟିନ୍ ଭୁକ୍ତ ନ କରିବା ପାଇଁ କୁହାଯାଇଛି । କୋର୍ଟ ପରିସରରେ ଭିଡକୁ ଆୟତ୍ତରେ ରଖିବା ପାଇଁ ଭିଜିଟର୍ସ ପାସ ନଦେବାକୁ ପରାର୍ମଶ ଦିଆଯାଇଛି । ଅନ୍ୟପଟେ ତଳ କୋର୍ଟମାନଙ୍କୁ ମଧ୍ୟ ପରାମର୍ଶ ଦେଇ ସର୍କ୍ୟୁଲାର ଜାରି କରିଛନ୍ତି ହାଇକୋର୍ଟ କୋର୍ଟ। କୋର୍ଟ ପରିସରରେ ଭିଡ଼ ଏଡ଼ାଇବାକୁ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରିବା ସହ ଅଭିଯୁକ୍ତଙ୍କୁ ହାଜର ନ କରି ଭିଡିଓ କନଫରେନ୍ସିଂରେ ଶୁଣାଣି ପାଇଁ ପରାମର୍ଶ ଦେଇଛନ୍ତି।