ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ସିରିଜ୍ ର ସ୍ମାର୍ଟଫୋନ ଲଞ୍ଚିଂକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଓପୋ । ସେହିପରି ଫୋନ ଲଞ୍ଚ ହେବା ପୁର୍ବରୁ ସ୍ପେିସିଫିକେସନ ଲିକ୍ ହୋଇଥିବା ଜଣାପଡିଛି ।
ରେନୋ ୯ ସ୍ମାର୍ଟଫୋନର ସ୍ପେିଶିଫିକେଶନ ବିଷୟରେ ଲିକ୍ ହୋଇଥିବା ଏକ ରିପୋର୍ଟରେ ଜଣାପଡିଛି କି,ଫୋନରେ କ୍ୱାଲକମ ଏସଏମ୭୩୨୫ ପ୍ରୋସେସର ଏବଂ ରେନୋ ୯ ପ୍ରୋ ରେ ମିଡିଆଟେକ ୬୮୯୫ ଚିପସେଟ୍ ହୋଇପାରେ ।
କ୍ୟାମେରା କଥ ଯଦି କହିବା ତେବେ ରେନୋ ୯ ରେ ୬୪ ମେଗାପିକ୍ସଲର କ୍ୟାମେରା ଦିଆଯିବା ସହ ରେନୋ ୯ ପ୍ରୋ ରେ ୫୦ ମେଗାପିକ୍ସଲର କ୍ୟାମେରା ଆସିପାରେ । ଯଦି ଦାମ୍ କଥା କହିବା ତେବେ ରେନୋ ୯ ର ଦାମ୍ ୩୦ ରୁ ୪୦ ହଜାର ରହିବାର ସମ୍ଭାବନା ରହିଛି । ସେହିପରି ରେନୋ ୯ ପ୍ରୋ ର ପ୍ରାରମ୍ଭିକ ଦାମ୍ ୫୦ ରୁ ୬୦ ହଜାର ଆସିପାରେ ।