ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ରାଜକୋଷକୁ ବଢାଇବାକୁ ଏବେ ସରକାର ଚିନ୍ତା କରୁଛନ୍ତି ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ । ଏଥିପାଇଁ ଅବକାରୀ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି ଲେଖିଛନ୍ତି। ଜାଗା ଚିହ୍ନଟ ପରେ ଜିଲ୍ଲା ଅବକାରୀ ବିଭାଗ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ । ଯାହାକୁ ନେଇ ଏବେ ତାତିଛନ୍ତି ବିରୋଧୀ । ତୁରନ୍ତ ଏହି ଯୋଜନାକୁ ରଦ୍ଦ କରିବାକୁ ଦାବି ଉଠିଛି । ତେବେ ଏହାକୁ ନେଇ ବରିଷ୍ଠ କଂଗ୍ରେସ ସୁର ରାଉତ ରାୟ କହିଛନ୍ତି ସରକାର ଚାହୁଁଛନ୍ତି ମଦ ବିକି ରାଜ୍ୟ ସରକାର ।
ମଦ ଯୋଗୁ ରାଜ୍ୟରେ ଚୋରି, ହତ୍ୟା, ଧର୍ଷଣ ଆଦି ଘଟଣା ବଢି ଚାଲିଛି। ବେକାର ଯୁବକମାନେ ମଦ୍ୟପାନ କରି ଏସବୁ କାଣ୍ଡ ଭିଆଉଛନ୍ତି। ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ରାଜ୍ୟ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ ସରକାର ନୂଆ ମଦ ଦୋକାନ ଖୋଲି ରାଜସ୍ୱ ବଢ଼ାଇବାକୁ ଚାହୁଁଛନ୍ତି। ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ମଧ୍ୟ ବିରୋଧ କରାଯାଉଛି । ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରା ଯାଉଥିବା ଦେଖିବାକୁ ମିଳୁଛି ।