ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭା କାର୍ଯ୍ୟ ଓଡିଆରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ମଧ୍ୟ ଦେଇଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ବିଧାନସଭାର ସମସ୍ତ କାର୍ଯ୍ୟ ସମେତ ସରକାରୀ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଓଡିଆରେ କରିବାକୁ ।
ବିଧାନସଭା ଓ ସରକାରୀ କାର୍ଯ୍ୟାଳୟରେ ଓଡିଆରେ କାମ ହେଉନଥିବାରୁ ସାଧାରଣ ଲୋକଟିଏ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ବିଧାୟକ ଇଂରାଜୀରେ ଗୃହରେ ମତ ରଖୁଥିବାରୁ ଅନେକ ବିଧାୟକ ମଧ୍ୟ ଗୃହରେ ଇଂରାଜୀରେ ବିବୃତି ରଖୁଛନ୍ତି ।
ସେହିଭଳି ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଅଧିକ ମାତ୍ରାରେ ଇଂରାଜୀ ଭାଷାର ବ୍ୟବହାର ହେଉଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ ନ୍ୟାୟଳୟରେ ଇଂରାଜୀ ଭାଷାକୁ ଅତିରିକ୍ତ ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଛନ୍ତି ।