ଭୁବନେଶ୍ୱର( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୯ ଟି ଜିଲ୍ଲାରେ ଆଜି ଅଧିିକ ବର୍ଷା ହେବା ଆଶଙ୍କା କରାଯାଉଛି । କୋରାପୁଟ ଓ ଗଞ୍ଜାମ ସମେତ କନ୍ଧମାଳ , କଳାହାଣ୍ଡି , ସୋନପୁର, ବୌଦ୍ଧ,ବଲାଙ୍ଗୀର , ନୂଆପଡା ଓ ବରଗଡରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।
ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ମାନଙ୍କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ରହିଥିବାରୁ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି । ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉ ଥିବାରୁ ଗତକାଲି ୨ ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ୪ ଟି ଗେଟ ଦେଇ ବନ୍ୟାଜଳ ନିସ୍କାସିତ ହେଉଛ ।
ସୂଚନା ଅନୁସାରେ ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ତାରର ଜଳସ୍ତର ୬୨୫.୭୩ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୯୧ ହଜାର ୩୪୯ କ୍ୟୁସେକ ପାଣି ପ୍ରବେଶ କରୁଛି