ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆଇଏଏସ ବିନୋଦ କୁମାରଙ୍କୁ ଜେଲ ଦଣ୍ଡ । ବହୁଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ଅଭିଯୋଗ ମାମଲାରେ କୋର୍ଟ ଶୁଣାଇଲା ରାୟ । ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ୫୦ ହଜାର ଟଙ୍କାର ଜରିମାନା ପାଇଁ କହିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।
ପୂର୍ବରୁ ଆଇଏଏସ ବିନୋଦ କୁମାରଙ୍କ ନାମରେ ୧ କୋଟି ଟଙ୍କାର ଫ୍ଲାଟ ଋଣ ନାମରେ ଦୁର୍ନୀତି ଆଭିଯାଗ ହୋଇଥିଲା । ଯାହାକୁ ନେଇ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ରାୟ ଶୁଣାଇଛନ୍ତି । ଖାଲି ସେତିକି ନୁହେଁ ବିନୋଦଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି ।
ସେପଟେ ପୂର୍ବରୁ ୫୩ ଲକ୍ଷ ଟଙ୍କାର ହଡପ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ବିନୋଦ । ତାଙ୍କୁ ଏହି ମାମଲାରେ ପୂର୍ବରୁ ମଧ୍ୟ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା । ତେବେ ଓଆରଏଚଡିସି ଦୁର୍ନୀତି ଅଭଯୋଗ ମାମଲାରେ ଫସିଥିବା ତତ୍କାଳୀନ ଆକାଉଣ୍ଟସ ଅଫିସର ଚିତ୍ତ ମଲ୍ଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।