ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଛି । ଇତିମଧ୍ୟରେ ଓଡିଶା ହାଇକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ନୋଟିସ୍ ଜାରି କରାଯାଇଛି । ଏହାସହିତ ଲକ୍ ଡାଉନ୍ ଅବଧି ଯୋଗୁଁ ଘରୋଇ ସ୍କୁଲ ଦ୍ୱାରା ପିଲାଙ୍କ ଟ୍ୟୁସନ ଫି ଛାଡ ଉପରେ ଜବାବ ମଗାଯାଇଛି । ଏହି ପ୍ରସଙ୍ଗରେ ଶୁଣାଣି କରିବା ପାଇଁ ଆଗାମୀ ମେ’ ମାସ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ସମ୍ବଲପୁର ସ୍ଥିତ ଓକିଲ ମୋହମ୍ମଦ ମୁସତାକ ଅନସାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ୍ ର ଜବାବ ରେ ଜଷ୍ଟିସ୍ ବିଆର ସାରଙ୍ଗି ଏବଂ ଜଷ୍ଟିସ୍ ଏସକେ ପାଣିଗ୍ରାହୀ ଙ୍କ ଖଣ୍ଡପୀଠ ଏହି ତାରିଖ ଧାର୍ଯ୍ୟ କରିଛନ୍ତି ।
ପିଟିସନ୍ ରେ ସରକାରଙ୍କ ଦ୍ୱାରା ଘରୋଇ ସ୍କୁଲ ଗୁଡିକୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ପିଲାଙ୍କ ଟ୍ୟୁସନ ଫି ଜମାନକରିବା ପାଇଁ ବା କ୍ଲାସ ଆରମ୍ଭ ହେବା ଯାଏଁ ଆଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ଦେବାର ଦାବି କରାଯାଇଛି ।
ଏହାସହିତ ଅର୍ଜିଦାତା ଏହା ମଧ୍ୟ ଚାହୁଁଛନ୍ତି କି ସରକାର, ଘରୋଇ ସହାୟତା ପ୍ରାପ୍ତ ଏବଂ ଅଣସହାୟତାପ୍ରାପ୍ତ ସ୍କୁଲ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଫଣ୍ଡ ଦିଅନ୍ତୁ । ଯେଉଁମାନେ ସେମାନଙ୍କ ଶିକ୍ଷଣ ଏବଂ ଅଣଶିକ୍ଷଣ କର୍ମଚାରୀଙ୍କୁ ବେତନ ଦେବାରେ ସକ୍ଷମ ନୁହଁନ୍ତି ।
ଏହା ପୂର୍ବରୁ ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସେମାନଙ୍କ ସ୍କୁ ଫି ହ୍ରାସ ବା ଘୁଞ୍ଚାଇବା ନେଇ ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ ୧୦ରେ ଟ୍ୱିଟ୍ କରାଯାଇଥିଲା କି, କୋଭିଡ୧୯ ପାଇଁ ଲକ୍ ଡାଉନ୍ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସେମାନଙ୍କର ତିନି ମାସିଆ ସ୍କୁଲ ଫିକୁ ହ୍ରାସ ବା ଘୁଞ୍ଚାଇବା ଉପରେ ବିଚାର କରିବା ପାଇଁ ପରାମର୍ଶ ଦିଆଯାଉଛି । ଯାହାଦ୍ୱାରା ସେହି ଅଭିଭାବକମାନେ ସହାୟକ ହେବେ । ଯେଉଁମାନଙ୍କ ଆର୍ଥିକ ଉପାର୍ଜନ ପ୍ରଭାବିତ ହୋଇଛି ।
ଅନ୍ୟପଟେ ବର୍ତ୍ତମାନ କୋଭିଡ୧୯ର ସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି କି, ପ୍ରତିମାସର ଶିକ୍ଷାନୁଯାୟୀ ଘରୋଇ ସ୍କୁଲ ଗୁଡିକ କେବଳ ପିଲାମାନଙ୍କ ଟ୍ୟୁସନ ଫି ନେଇପାରିବେ । ମାତ୍ର ଅନ୍ୟ କୌଣସି ବି ଫି ନେଇପାରିବେ ନାହିଁ । ଯଦି କୌଣସି ସ୍କୁଲ ଏହି ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବାର ଧରାପଡନ୍ତି । ତେବେ ହରିୟାଣା ଶିକ୍ଷା ନିୟମ ୨୦୦୩ର ନିୟମ ୧୫୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପାଇଁ ଉତ୍ତରଦାୟୀ ହେବେ ।
ସେହିଭଳି ଏଇ ସମାନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କହିଥିଲେ କେବଳ ଗୋଟିଏ ମାସର ଟ୍ୟୁସନ ଫି ନିଆଯିବ ମାତ୍ର କୌଣସି ଅତିରିକ୍ତ ଶୁଳ୍କ ନେଇପାରିବେ ନାହିଁ ଘରୋଇ ସ୍କୁଲ ।