କଟକ (ଏଟିଆର ବ୍ୟୁରୋ): ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯିବା ପରେ ଆସନ୍ତା ସୋମବାରଠାରୁ ହାଇକୋର୍ଟରେ ଭିଡିଓ କନଫରେନସିଂ ଜରିଆରେ ଜୁଲାଇ ୨ ତାରିଖ ଯାଏଁ ମାମଲା ଶୁଣାଣି ହେବ । ସକାଳ ସାଢେ ୧୦ ଟାରୁ ମାମଲାର ଶୁଣାଣି କରାଯିବ । ପ୍ରତ୍ୟେକ କାର୍ଯ୍ୟ ଦିବସରେ ଗୋଟେ ଡିଭିଜନ ବେଞ୍ଚ ଏବଂ ୬ ଟି ସିଙ୍ଗଲ ବେଞ୍ଚ କାମ କରିବେ ।
ହାଇକୋର୍ଟରେ କେବଳ ୫୦ ପତିଶତ କର୍ମଚାରୀଙ୍କୁ କାର୍ଯ୍ୟ କରାଯିବ । କେବଳ ଅଫିସର ଏବଂ କର୍ମଚାରୀଙ୍କ ବ୍ୟତିତ ଅନ୍ୟ କାହାରିକୁ କୋର୍ଟ ଭିତରକୁ ପ୍ରବେଶ ମନା । ଅନଲାଇନ ମାଧ୍ୟମରେ ସମସ୍ତ ଅଭିଯୋଗ ପ୍ରକ୍ରିୟା ଜାରି ରହିବ ।