କଟକ (ଏଟିଆର ବ୍ୟୁରୋ): ଶୁଣାଣି ବେଳେ ଓକିଲମାନେ ଏଣିକି କଳା କୋର୍ଟ ଓ କଳା ଗାଉନ୍ ପିନ୍ଧିପାରିବେ ନାହିଁ । ସେମାନେ କେବଳ ଧଳା ଡ୍ରେସ ପିନ୍ଧବେ । ଏନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ପରାମର୍ଶ ଦେଇଛନ୍ତି । ପ୍ରକୃତରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
କଳା କୋର୍ଟ ଓ କଳା ଗାଉନ୍ ବଦଳରେ ଓକିଲମାନେ ଏଣିକି ଧଳା ସାର୍ଟ, ସାଲୱାର କମିଜ୍, ଧଳା ଶାଢୀ ସହିତ ଧଳା ନେକ୍ ବ୍ୟାଣ୍ଡ ପିନ୍ଧିବେ । ପରବର୍ତ୍ତି ନୋଟିସ୍ ନଆସିବା ଯାଏଁ ଏହି ନିୟମ ପାଳନ କରିବା ପାଇଁ କୁହାଯାଇଛି ।
ଗତ ଦୁଇଦିନ ତଳେ ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟ ଏହି ସମାନ ନିର୍ଦ୍ଦେଶ ଦିଆଯାଇଥିଲା ।