କଟକ (ଏଟିଆର ବ୍ୟୁରୋ): ଆଜିଠୁ ସପ୍ତାହକ ପାଇଁ ଓଡିଶା ହାଇକୋର୍ଟ ବନ୍ଦ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ । କରୋନା ସଂକ୍ରମଣ ବୃଦ୍ଧି ସହିତ ହାଇକୋର୍ଟରେ କିଛି କର୍ମଚାରି ସଂକ୍ରମିତ ହେବା ପରେ ହାଇକୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏକ ସପ୍ତହ ଶଟଡାଉନ ରହିବ ହାଇକୋର୍ଟ । ଏହି ସମୟରେ କେବଳ ଜରୁରୀ ମାମଲାର ଶୁଣାଣି ହେବ । ୨୮ ରେ କୋର୍ଟ ଖୋଲିବା ପରେ କରୋନା କଟକଣା ମଧ୍ୟରେ କାର୍ଯ୍ୟ ଚାଲିବ ।
ରାଜ୍ୟରେ କରୋନା ସଂକ୍ରମତ ହୁ ହୁ ହୋଇ ବଢିବା ଦ୍ୱାରା ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି କରାଯାଇଛି । ସେହିପରି ଏବେ ସପ୍ତାହେ ପାଇଁ ହାଇକୋର୍ଟ ବନ୍ଦ ରଖାଯାଇଛି ।