ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ଅଢେଇ ମାସର ବ୍ୟବଧାନ ପରେ ରାଜ୍ୟରେ ଆଜିଠୁ ଗଡିଛି ସରକାରୀ ବସ୍ । ଆଜି ସକାଳ ୬ଟାରୁ OSRTC ର ବସ୍ ଗୁଡିକ ଗନ୍ତବ୍ୟ ପଥରେ ଗଡିବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟ୍ ଦେଇ ବସ୍ ଚାଲିବ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି ।
କିନ୍ତୁ ସବୁଠାରୁ ବଡ କଥା ହେଲା ଯେତିକି ସିଟ୍ ସେତିକି ଯାତ୍ରା କରିବେ । ତାଠାରୁ ଅଧିକ ଯାତ୍ରୀ ଯାତ୍ରା କରିବେ ନାହିଁ କି କୌଣସି ଯାତ୍ରୀ ବସ୍ ରେ ଛିଡା ହୋଇ ଯାତ୍ରା କରି ପାରିବେ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସେହିଅନୁଯାୟୀ ଆଜି ଭୁବନେଶ୍ୱରରୁ ୨୨ ଟି ସହରକୁ ଆରମ୍ଭ ହୋଇଥିବା ବସ୍ ରେ ଯାତ୍ରୀମାନେ ସମସ୍ତ ନିୟମ ପାଳନ କରୁଛନ୍ତି । ସମସ୍ତ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ସହ ସିଟ୍ ରେ ବସି ଯାତ୍ରା କରୁଛନ୍ତି ।