ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମକୁ ସିଲ କରିଦିଆଯାଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏହାକୁ ସିଲ କରିଦିଆଯାଇଛି । ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମ ବାର୍ଡ ଫ୍ଲୁର ଉତ୍ପତି ସ୍ଥଳ ହୋଇଥିବାରୁ ଏହାକୁ ଆସନ୍ତା ତିନି ମାସ ପାଇଁ ବନ୍ଦ କରିଦିଆଯାଇଛି । ଖାଲି ସେତି କି ନୁହେଁ ଫାର୍ମ ଆଗରେ ନାଲି ପତକା ଲଗାଯାଇଛି । ଏହାଛଡା ପ୍ରତି ୧୫ଦିନର ବ୍ୟବଦାନରେ ଫାର୍ମକୁ ବିଶୋଧନ କରାଯିବା ସହ ବର୍ଷେ ପର୍ଯ୍ୟନ୍ତ ଫାର୍ମରେ କୁକୁଡା ପ୍ରଜନନ ହେବନାହିଁ ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ପ୍ରଦାନ କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଖୋର୍ଦ୍ଧା ସିଡିଭିଓ ସାନିଟେସନ ସାର୍ଟିଫିକେଟ ଇସ୍ୟୁ କରିଛନ୍ତି । ଯାହାକୁ ଆମେ କେନ୍ଦ୍ର ସରକାରଙ୍କୁ ଦେବୁ । ଗତ ୨୭ତାରିଖ ଦିନ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ତେଣୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଫାର୍ମ ସିଲ ସମୟରେ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ସିଡିଭିଓ, କେନ୍ଦ୍ରୀୟ ଟିମର ପ୍ରତିନିଧି ଏବଂ ଓୟୁଏଟି କତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।