ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିକଟରେ ଯାଇଥିବା ତିତଲି ବାତ୍ୟାର ଦୁଃଖ ଦୂର ହୋଇନି । ପୁଣି ମାଡି ଆସୁଛି ଓଡିଶାକୁ ଆଉ ଏକ ବାତ୍ୟା ‘ପାବୁକ’ । ବଙ୍ଗୋପସାଗରରେ ହେବ ଘନୀଭୂତ । ଏହା ଭୟଙ୍କର ରୂପ ନେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ସୂଚନା ଅନୁଯାୟୀ ଏବେ ଆଣ୍ଡାମାନ ଠାରୁ ୧୫୦୦ କିମି ଦୂରରେ ରହିଛି ‘ପାବୁକ’ । ଆସନ୍ତା ୫ ତାରିଖରେ ଆଣ୍ଡାମାନର ସ୍ଥଳ ଭାଗ ଛୁଇିଁବାର ସମ୍ଭାବନା ରହିଛି ।
‘ପାବୁକା’ ଆସନ୍ତା ୬ ତାରିଖ ଅର୍ଥାତ ଆଣ୍ଡାମାନ ସ୍ଥଳଭାଗ ଛୁଇଁବାର ଗୋଟିଏ ଦିନ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ପାର କରିବ । ଓଡିଶାର ସାତଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ଏହି ଜିଲ୍ଲା ୭ଟି ମଧ୍ୟରେ ଅଛନ୍ତି ବାଲେଶ୍ୱର ,ଭଦ୍ରକ,ଜଗତସିଂହପୁର,କେନ୍ଦ୍ରାପଡା,ପୁରୀ,ଗଞ୍ଜାମ ଏବଂ ଖୋର୍ଦ୍ଧା । ସେପଟେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।