କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଧାନ ଖଳରେ ନିଆଁ । ପୋଡିଗଲା ବର୍ଷକର ବର୍ଷକର ପରିଶ୍ରମ । ସବୁ ପୋଡି ପାଉଁଶ ହୋଇଗଲା ନିଆଁରେ । କଠିନ ପରିଶ୍ରମ କରି ଅମଳ କରିଥିବା ଧାନ ଖଳାରେ ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ଅଭିଯୋଗ ଆସିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କରଞ୍ଜିଆ ଗ୍ରାମରେ । ସେହି ଗ୍ରାମର ଚାଷୀ ପ୍ରଭାକର ସ୍ୱାଇଁଙ୍କର ୫ ଏକର ଜମିରୁ ଅମଳ ହୋଇଥିବା ଧାନ ପୋଡି ପାଇଁଶ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଁଞ୍ଚିବା ପରେ ନିଆଁକୁ ଆୟତ କରୀବାରେ ସଫଳ ହୋଇଥିଲା ।
ସୂଚନା ଅନୁଯାୟୀ ଶୁକ୍ରକାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପ୍ରଭାକରଙ୍କ ଖଳାରେ ରଖାଯାଇଥିବା ଧାନରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା । ଗାଁ ଲୋକ ନିଆଁ ଲାଗିଥିବା ଦେଖିବା ପରେ ପାଟିକରି ହୁଲି ପକାଇଥିଲେ । ପ୍ରଥମେ ଗାଁ ଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଠା କରିଥିଲେ । ଏବଂ ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସ୍ଥାନୀୟ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲା ସତ କିନ୍ତୁ ସେତିକି ବେଳକୁ ପ୍ରାୟ ୭୦ ପ୍ରତିଶତ ଅମଳ ଧାନ ପୋଡି ପାଉଁଶ ହୋଇ ଯାଇଥିଲା ।