ସମ୍ବଲପୁର(ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଧାନ ମଣ୍ଡିରୁ ଉଠାଯିବ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଖାଉଠି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚଳିତ ବର୍ଷ ଟୋକନ ବ୍ୟବସ୍ଥାକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଟୋକନ ବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡିଶାର ଚାଷୀ ମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିଲେ । ତେବେ ଗତବର୍ଷ ରାଜ୍ୟର ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୧୨ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି ।
ଆଜି ସମ୍ବଲପୁର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଯିବ ବୋଲି କହିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ଏହା ସହ ଏବେ ସୁଦ୍ଧା ଚାଷୀଙ୍କୁ ଧାନ କିଣା ବାବଦରେ ସରକାର ୫ ହଜାର କୋଟି ପ୍ରଦାନ କରିସାରିଲେଣି ।