ପୁରୀ(ଏଟିଆର ବ୍ୟୁରୋ):ଆଜି ହେଉଛି ମହାପ୍ରଭୁଙ୍କ ପଦ୍ମବେଶ । ପରମ୍ପରା ଅନୁସାରେ ଆଜି ବଡସିଂହାର ବେଶରେ ମହାପ୍ରଭୁ ଦର୍ଶନ ଦେବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
ବଡଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।ସନ୍ଧ୍ୟା ଆଳତି ପରେ ଘଣ୍ଟି , ଦୁହୁଡି ,ସହ ସହ ସାଧୁସନ୍ଥମାନେ ବେଶ ନେଇ ମନ୍ଦିର ଭିତରକୁ ଯିବେ । ମହାପ୍ରଭୁଙ୍କ ଏହି ବେଶ ଦେଖିବା ଲାଗି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୋଲିସ ମୁତୟନ କରାଯାଇଛି ।
ବଡ ସଂହାର ବେଶ ସମୟରେ ସିଂଘାର ସେବକ ଏହି ବେଶ ଲାଗି କରିବେ । ପଦ୍ମବେଶରେ ମହାପ୍ରଭୁଙ୍କଠାରେ ୮୦ ଟି ପଦ୍ମ ଫୁଲ ,ଏକପଣ ଡାଳି ,ତିନୋଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ହେବ ।