ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେଶର ରାଧାମୋହନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ଗତ କିଛି ଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀଲାଲ, ରାଜନେତା ଓ ଶିକ୍ଷାବିତ ମାନେ ଶୋକବ୍ୟକ୍ତ କରିଛନ୍ତି ।
କୃଷି କ୍ଷେତ୍ରରେ ରାଧାମୋହନଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା । ସେଥିପାଇଁ ତାଙ୍କୁ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ନୟାଗଡରେ ଖାଲିପଡିଥିବା ଜମିରେ ଜୈବିକ ଚାଷ କରି ପରିବର୍ତ୍ତନ ଆଣିଥିଲେ ରାଧାମୋହନ । ଅନ୍ୟପଟେ ଜଣେ ଶିକ୍ଷାବିତ, ସାମାଜିକ କର୍ମୀ ଭାବେ ମଧ୍ୟ ବେଶ କରିଚିତ ଥିଲେ ରାଧାମୋହନ ।