କଟକ( ଏଟିଆର ବ୍ୟୁରୋ): ସମାଜସେବୀ ଚା ବିକାଳୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ଅନୁଗୁଳର ଏକ କାର୍ୟ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ ଯାଉଥିଲେ।
ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କଷ୍ଟ ଅଧିକ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଡି ପ୍ରକାଶ ରାଓ ଅସୁସ୍ଥ ଥିବା ଖବର ପାଇବା ପରେ ରାଜ୍ୟରେ ଦୁଃଖ ଖେଳିଯାଇଛି । ପ୍ରଥମେ ଏହି ଖବର ଶୋସାଲ ମିଡିଆରେ ପ୍ରକାଶ ପାଇଥିଲା ।
ପଦ୍ମଶ୍ରୀ ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଏକ ଚା’ ଦୋକାନ ରହିଛି ଯେଉଁ ଚା ଦୋକାନରୁ ପାଉଥିବା ଅର୍ଥରେ ସେ ବସ୍ତି ପିଲାଙ୍କ ପାଠପଢ଼ାନ୍ତି । ଏହାଛଡ଼ା ଶ୍ରୀ ରାଓ ବଡ଼ ମେଡିକାଲ୍ରେ ରୋଗୀଙ୍କ ସେବା କରନ୍ତି । ପଦ୍ମଶ୍ରୀ ରାଓ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ।