ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଆରମ୍ଭ ହୋଇ ଯାଇଛି ଗ୍ରୀଷ୍ମ ଲହରୀ । ଏବେ ଚାରିଆଡେ ଖାଲି ଖରା ଆଉ ଗରମ । ତ ଏବେ ଖାଦ୍ୟରେ ପଖାଳର ସ୍ଥାନ ସବୁଠୁ ବେଶି ଆଦର । ସେ ଧନୀ ହେଉକି ଗରିବ ସମସ୍ତେ ଏବେ ପଖାଳ ପ୍ରେମରେ ଏବେ ବାଇଆ । ସଜ ଆଉ ପଖାଳ ପଖାଳ କଂସାକୁ ଖଣ୍ଡେ ପିଆଜ ଆଉ ଟିକେ ଲଙ୍କା ଲୁଣ ହେଲେ କଥା ସରିଲା । ସବୁଠାରୁ ବଡ କଥା ହେଲଶ ପଖାଳ ପାଇଁ ଓଡିଆ ଓ ଓଡିଶାବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ୨୦୧୨ ମସିହା ଠାରୁ ସାରା ବିଶ୍ୱରେ ପାଳିତ ହୋଇ ଆସୁଛି ପଖାଳ ଦିବସ ।
ରାଜ୍ୟରୁ ଆରମ୍ଭ କରି ଦେଶ ଓ ବିଦେଶରେ ରହୁଥିବା ଓଡିଆ ଆଜି ଦିନରେ ପଖାଳ ଖାଇ ପାରମ୍ପରିକ ପଖାଳର ମଜା ନେଇଥାନ୍ତି । କେବଳ ଓଡିଆ କି ଓଡିଶା ନୁହେଁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଏବେ ପଖାଳ ଖାଇବାକୁ ବେଶ ପସନ୍ଦ କରୁଛନ୍ତି । ସେଥିପାଇଁ ଆଜିକାଲି ବଡବଡ ଫାଇବ ଷ୍ଟାର ହୋଟେଲ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଆଡେ ପଖାଳକୁ ନେଇ ଏକ ସ୍ୱତନ୍ତ୍ର ଡିସ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ ଏବର୍ଷ କରୋନା ପ୍ରଭାବ ରାଜ୍ୟରେ ଦେଖାଯାଇଥିବାରୁ ଲୋକମାନେ ଟିକେ ପଖାଳ ଠାରୁ ନିଜକୁ ଦୂରେଇ ରଖୁଛନ୍ତି ।