ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପାକିସ୍ତାନରେ ବିଜୁଳି ବିଭ୍ରାଟ କାରଣରୁ ଦେଶର ବହୁ ପ୍ରମୁଖ ସହରଗୁଡିକରେ ଘନ ଅନ୍ଧକାର ରହିଥିବାର ଦେଖିବାକୁ ମିଳିଛି । ପାକିସ୍ତାନ ସମେତ ଇସଲାମବାଦ ,କରାଚିରେ ମଧ୍ୟ ପାୱାର ବ୍ରେକଡାଉନ ଯୋଗୁଁ ଅନ୍ଧକାର ଛାଇ ରହିଛି ।
ପାକିସ୍ତାନ ଅଧିକୃତ କଶ୍ମୀରରେ ମଧ୍ୟ ଏହି ବିଜୁଳି ବିଭ୍ରାଟ ଅନୁଭୂତ ହୋଇଥିଲା ଏବଂ ମେବାିଲ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିଲା । ବିଦ୍ୟୁତ ବିଭ୍ରାଟ କାରଣରୁ ଅନେକ ସହରରେ ଅନ୍ଧାରରେ ଅଛନ୍ତି ଗତକାଲି ବିଳମ୍ବିତ ରାତି ୧୧.୪୦ ମିନିଟରେ ଏହି ଘଟଣା ଘଟିଛି ।
ପାକିସ୍ତାନ ଶକ୍ତି ମନ୍ତ୍ରୀ କହିଛନ୍ତି ଏହାର ସ୍ଥିତି ଅନୁନ୍ଧାନ କରାଯାଉଛି ।କେଇଁ କାରଣରୁ ଏ ଭଳି ଘଟିଲା ତାହା ଜାଣିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଦେଣବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ବିଦ୍ୟୁତ୍ ଟ୍ରାନ୍ସମିସନ୍ ସିଷ୍ଟମର ଫ୍ରିକ୍ୱେନ୍ସି ହଠାତ ୫୦ରୁ ୦କୁ ହ୍ରାସ ପାଇବା ଦ୍ୱାରା ସାରା ଦେଶରେ ବ୍ଲାକଆଉଟ୍ ହୋଇଛି ।
ବିଦ୍ୟୁତର ପୁନାଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ । ଏବଂ ପାକିସ୍ତାନ ଭଳି ଭାରତରେ ମଧ୍ୟ ବ୍ଲାକଆଉଟ ଟ୍ରେଣ୍ଡ ଆରମ୍ଭ ହୋଇଛି ।