ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗଣତନ୍ତ୍ର ଦିବସ ପୁର୍ବରୁ ଦିଲ୍ଲୀରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଛି । ଶିନିବାର ଓ ରବିବାର ରାତି ୧ଟାରେ ତୋଗଲକ ରୋଡ୍ଠାରେ ଥିବା ପିସିଆର ଭ୍ୟାନକୁ ଖବର ମିଳିଥିଲା ଖାନ ମାର୍କେଟ ଅଞ୍ଚଳରେ କିଛି ଲୋକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଉଛି ।
ନାରା ଲଗାଇବା ଅଭିଯୋଗରେ ପୋଲିସ ୩ ଯୁବକ ଓ ୩ ଯୁବତୀଙ୍କୁ ଅଟକ ରଖିଛି । ଏହାପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା ।ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ସେଠାରେ ୩ ଯୁବକ, ୨ ଯୁବତୀ ଓ ଜଣେ ନାବାଳିକା ଥିଲେ । ସେମାନଙ୍କୁ ପଚରାଉଚୁରା ବେଳେ ସେମାନେ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିବା କହିଥିଲେ । ସେମାନେ ବାଇକ୍ ରେସ୍ କରିଥିଲେ ।
ରେସରେ ପାକିସ୍ତାନ ନାମ ଥିବା ପ୍ରତିଯୋଗୀଙ୍କୁ ଉତ୍ସାହ କରିବା ଲାଗି ସେମାନେ ଏଭଳି ସ୍ଲୋଗାନ ଦେଇଥିବା କହିଥିଲେ । ପୋଲିସ ପକ୍ଷରୁ ସମ୍ପକ୍ତ ଯୁବତୀ ଓ ଯୁବକଙ୍କୁ ସମ୍ପକୀୟଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ରହିଛି ।